ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ

ଆଧାର କାର୍ଡକୁ ନେଇ ବଡ଼ ଅପ୍‌ଡେଟ୍‌, ଆସିଲା ନୂଆ ଗାଇଡ୍‌ଲାଇନ୍‌

ଯଦି ଆପଣ ବି ଆପଣଙ୍କ ପିଲାଙ୍କ ଆଧାର କାର୍ଡ ଅପ୍‌ଡେଟ୍‌ କରାଇନାହାନ୍ତି, ତାହାଲେ ଶୀଘ୍ର କରାଇ ନିଅନ୍ତୁ । ବର୍ତ୍ତମାନ ପିଲାଙ୍କ ପାଇଁ ବି ଆଧାର କାର୍ଡ କରାଇବା ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ UIDAI ଜାରି କରିଛି ନୂଆ ଗାଇଡଲାଇନ୍‌ । ଏଣୁ ସ୍ୱତନ୍ତ୍ର ଭାବେ ସମସ୍ତ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଅବଗତ କରାଯାଇଛି । ଏଣୁ ଆପଣଙ୍କୁ ଆପଣଙ୍କ ଆଧାରକାର୍ଡ ତୁରନ୍ତ ଅପଡେଟ୍‌ କରାଇବା ଜରୁରୀ । ପିଲାଙ୍କୁ ୫ ବର୍ଷ ହୋଇଥିବା ବେଳେ ଆଧାରକାର୍ଡ କରାଇବାକୁ ହେବ । ଏହାପରେ ୧୫ ବର୍ଷ ବୟସରେ ପୁଣି ଥରେ ଆଧାର କାର୍ଡ ଅପ୍‌ଡେଟ୍‌ କରାଇବାକୁ ହେବ ।
ତେବେ ଏଥିପାଇଁ ବିଶେଷ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । କାରଣ UIDAI କହିଛି ଆଧାର କାର୍ଡ ଅପ୍‌ଡେଟ୍‌ ପାଇଁ ପ୍ରତ୍ୟେକ ସ୍କୁଲ୍‌ରେ କ୍ୟାମ୍ପ୍‌ ଲାଗିବ । ବର୍ତ୍ତମାନ ୟୁନିଫାଏଡ ଡିଷ୍ଟ୍ରିକ୍ଟ ଇନ୍‌ଫର୍ମେସନ୍‌ ସିଷ୍ଟମ ଫର୍‌ ଏଜୁକେସନ ପ୍ଲସ୍‌ ଆପ୍ଲିକେସନକୁ ସ୍କୁଲ୍‌କୁ ସମସ୍ତ ତଥ୍ୟ ପ୍ରଦାନ କରିବ UIDAI । ଯାହାଦ୍ୱାରା କେଉଁ କେଉଁ ପିଲାଙ୍କ ଆଧାର କାର୍ଡ ଅପ୍‌ଡେଟ୍‌ ହୋଇନି ତାହା ସ୍ପଷ୍ଟ ହୋଇଯିବ ।

UIDAI ମୁତାବକ ଠିକ୍‌ ସମୟରେ ଆଧାର କାର୍ଡ ଅପ୍‌ଡେଟ୍‌ କରାଇବା ନିହାତି ଜରୁରୀ । ବର୍ତ୍ତମାନ ସାରା ଦେଶରେ ଏଭଳି ୧୭ କୋଟି ଏମିତି ଆଧାର ନମ୍ବର ଅଛି ଯାହା ଅପ୍‌ଡେଟ୍‌ ହେବାକୁ ବାକି ରହିଛି । ଏହା ନକରାଇଲେ ପିଲାମାନେ ଅନେକ ସରକାରୀ ଯୋଜନାରୁ ବଞ୍ଚିତ ହୋଇପାରନ୍ତି ।

ଆଧାର କାର୍ଡ ଅପ୍‌ଡେଟ୍‌ ନକରାଇଲେ ନିଟ୍‌, ଜେଇଇ, ସିୟୁଇଟି ଭଳି ୟୁନିଭର୍ସିଟି ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ ବେଳେ ସମସ୍ୟା ପଡ଼ିପାରନ୍ତି ପିଲାମାନେ । ଏଣୁ UIDAI ସ୍ପଷ୍ଟ କରିଛି ଯେ ୫ରୁ ୧୫ ବର୍ଷୀୟ ପିଲାମାନେ ବାୟୋମେଟ୍ରିକ ଅପ୍‌ଡେଟ୍‌ କରାଇବା ଜରୁରୀ । କାରଣ ଏଭଳି ପ୍ରକ୍ରିୟା ଦ୍ୱାରା ଆଧାର ଡାଟା ସଠିକ ରହିଥାଏ । ସ୍କୁଲ୍‌ରେ ଆଧାର କ୍ୟାମ୍ପ୍‌ ଲାଗିବାକୁ ଥିବାରୁ ଅଭିଭାବକ ଓ ପିଲାଙ୍କ ପାଇଁ ଆଧାର ଅପ୍‌ଡେଟ୍‌ କରାଇବା ସହଜ ଓ ସରଳ ହେବ ।

ସମୟ ସମୟରେ ଆଧାର କାର୍ଡକୁ ନେଇ ନୂଆ ନୂଆ ଅପ୍‌ଡେଟ୍‌ ଆସିଥାଏ । ଏହା ଜାଣିବା ଜରୁରୀ । ନହେଲେ ଜରୁରୀ କାର୍ଯ୍ୟରେ ବାଧା ଉପୁଜିପାରେ । ଏହି କ୍ରମରେ ଏବେ ପିଲାଙ୍କ ଆଧାରକାର୍ଡ ନେଇ ଆସିଛି ଏହି ନୂଆ ଅପ୍‌ଡେଟ୍‌ । ଯେକୌଣସି ଆଧାର ଅପ୍‌ଡେଟ୍‌ କେନ୍ଦ୍ରକୁ ଯାଇ ଏହି ଅପ୍‌ଡେଟ୍‌ କରାଇ ପାରିବେ ପିଲାଏ କିମ୍ବା ଅଭିଭାବକ । ଏହାକୁ ନେଇ ବିସ୍ତୃତ ସୂଚନା ପାଇବାକୁ ହେଲେ ଆଧାର ୱେବ୍‌ସାଇଟ୍‌ ଭିଜିଟ୍ କରିପାରିବେ ଲୋକେ ।

Leave a Reply

Your email address will not be published. Required fields are marked *