ମୁଖ୍ୟ ସମାଚାର
ଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେଦିନରେ ପୁଅ ରାତିରେ ଝିଅ ହେଇଯାଉଥିଲାକୁକୁଡ଼ା ମାଂସ ପାଇ ସାଙ୍ଗକୁ ମାରିଦେଲା ସାଙ୍ଗକଉ ମାଛ ନେଇଗଲା ଯୁବକର ମୁଣ୍ଡ

ଚିପ୍ସ ପ୍ୟାକେଟ୍ ଖେଳଣାରେ ବିସ୍ଫୋରଣ, କୁନି ପିଲାର ଆଖି ନଷ୍ଟ

ମାରାତ୍ମକ ସାଜିଲା ଚିପ୍ସ । ଚିପ୍ସ ପ୍ୟାକେଟ୍ ଖେଳଣାରେ ବିସ୍ଫୋରଣ । କୁନି ପିଲାର ଆଖି ନଷ୍ଟ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅଧୀନ ଶଗଡ଼ଘାଟ ଗାଁରେ ଘଟିଛି ଏଭଳି ଅଘଟଣ । ଛୋଟ ପିଲା ଜିଦ୍‌ କଲେ ଆପଣ ବି ହାତରେ ଧରାଇଦେଉଛନ୍ତି କି ଚିପ୍ସ ପ୍ୟାକେଟ୍ ? ତେବେ ହୋଇଯାଆନ୍ତୁ ସାବଧାନ ! ନହେଲେ ହୋଇଯିବ ସର୍ବନାଶ । କାରଣ ପାଞ୍ଚ ଟଙ୍କିଆ ଚିପ୍ସ ପ୍ୟାକେଟ୍ ଭିତରେ ଥିବା ଛୋଟ ଖେଳଣା ସାଜିଛି କାଳ । ନିଆଁରେ ଖେଳଣା ପଡିବା କ୍ଷଣି ହୋଉଛି ବିସ୍ଫୋରଣ । ଏମିତି ଏକ ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଖେଳନା ବିସ୍ଫୋରଣ ଘଟି କୁନି ପିଲାର ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ମା ଆଖିରୁ ଝରି ପଡୁଛି ଲୁହ, ମନର ଯନ୍ତ୍ରଣାକୁ ଚାପି ରଖି ପାରୁନାହିଁ ମାଆ । କଥା କହିବା ମାତ୍ରେ ଆଖିରୁ ଝରି ଆସୁଛି ଲୁହ । ବାପା ବି କୋହ ଆଉ ଯନ୍ତ୍ରଣାକୁ ଚାପି ପାରୁନାହିଁ । ପାଖରେ ଏକ କୁନି ପିଲା ବି ରହିଛି । ଆଉ କୁନି ପିଲାର ଗୋଟିଏ ଆଖିରେ ବ୍ୟାଣ୍ଡେଜ ଲାଗିଛି l କାରଣ ପିଲାଟିର ଆଖି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି । ମାତ୍ର ପାଞ୍ଚ ଟଙ୍କିଆ ଚିପ୍ସ ସାଜିଲା କାଳ । ଚିପ୍ସ ଭିତରେ ଥିବା ଖେଳଣା ନିଆଁରେ ପଡିବା ମାତ୍ରେ ହୋଇଥିଲା ବିସ୍ଫୋରଣ । ଲବ ହରପାଳଙ୍କ ଆଠ ବର୍ଷର ପୁଅ ଗୋଟିଏ ଚିପସ ପ୍ୟାକେଟ କିଣି ଆଣିଥିଲା । ପ୍ୟାକେଟ ଭିତରୁ ଗୋଟିଏ ଖେଳଣା ବାହାରିଥିଲା । ଛୋଟ ଖେଳମାଟକୁ ଖେଳିବା ବେଳେ ଅଙ୍କେଶ ତାକୁ ନିଆଁରେ ପକାଇ ଦେଇଥିଲା । ନିଆଁରେ ପଡିବା ମାତ୍ରେ ସେଥିରୁ ଅଚାନକ ବିସ୍ଫୋରଣ ହୋଇଥିଲା ଓ ଅଙ୍କେଶର ମୁହଁ ପୋଡି ଯାଇଥିଲା ।
ଯନ୍ତ୍ରଣାରେ ଛଟପଟ ଅବସ୍ଥାରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ତାର ଗୋଟିଏ ଆଖି ନଷ୍ଟ ହୋଇଯାଇଥିବା ଡାକ୍ତର କହିଥିଲେ । ଘଟଣାକୁ ନେଇ ବାପା-ମାଆ ଟିଟିଲାଗଡ଼ ଥାନାର ଦ୍ବାରସ୍ଥ ହୋଇଛନ୍ତି । ସଂପୃକ୍ତ କମ୍ପାନୀ ବିରୋଧରେ ଦୃଢ ପଦକ୍ଷେପ ନେବା ସହ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *