ମୁଖ୍ୟ ସମାଚାର
ଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ୧୫ ହଜାର ଟଙ୍କାରେ ନିଜ ଝିଅକୁ ବିକିଦେଲା ମାଆଜବେଷ୍ଟସ କଣା କରି ବୋହିନେଲେ ୧୨ଲକ୍ଷର ମୋବାଇଲ୍ଗାଡି ରେ ୩୦୦ ରୁ ଅଧିକ ପ୍ୟାକେଟ ଗଞ୍ଜେଇ ଜବତଗୋଟିଏ ହୋଟେଲର ଗୋଟିଏ ବେଡ଼ରୁମରେ ଟଙ୍କା ଦେଇ ଦେହ ବିକ୍ରି କରୁଥିଲେଦିନରେ ପୁଅ ରାତିରେ ଝିଅ ହେଇଯାଉଥିଲାକୁକୁଡ଼ା ମାଂସ ପାଇ ସାଙ୍ଗକୁ ମାରିଦେଲା ସାଙ୍ଗକଉ ମାଛ ନେଇଗଲା ଯୁବକର ମୁଣ୍ଡ

ଅପେକ୍ଷାରେ ବର୍ଷା ହେଲେ ଜେଲ ଭିତରେ ଟୁଙ୍ଗୁରୁ ଭୋଳ,କାରଣ କରିଛି ଆଶ୍ଚର୍ଯ୍ୟ

ଚର୍ଚ୍ଚାରେ ଟୁଙ୍ଗୁରୁ ଭୋଳ, ପ୍ରେମ ନୁହେଁ ଏଥର କିନ୍ତୁ ଚୋରି କରି। ଖାଲି ଚୋରି ନୁହଁ ଶେଷରେ ଜେଲ୍ ଗଲେ ଆଲୋକ। ହଁ ଆଜ୍ଞା ଜେଲ୍ ଗଲେ ଟୁଙ୍ଗୁରୁ ଭୋଳ। ହେଲେ ଏଥର କିନ୍ତୁ ବର୍ଷାଙ୍କ ପାଇଁ ନୁହେଁ, ଚୋରି କରି ଜେଲ୍ ଗଲେ ଟୁଙ୍ଗୁରୁ। ଗ୍ୟାସ୍ ସିଲିଣ୍ଡର ଚୋରି କରି ଗିରଫ ହୋଇଛନ୍ତି ଆଲୋକ ଭୋଳ । ତାଙ୍କୁ ତମାଣ୍ଡୋ ଥାନା ପୋଲିସ ଗିରଫ କରିବା ସହ ତାଙ୍କଠାରୁ ଗ୍ୟାସ୍ ସିଲିଣ୍ଡର, ଏକ ଡ୍ରିଲ୍ ମେସିନ ଓ ଯାତ୍ରୀବାହୀ ଅଟୋ ଜବତ କରିଛି । ପ୍ରେମ କରି ଚର୍ଚ୍ଚା କୁ ଆସିଥିବା ଟୁଙ୍ଗୁରୁ କାଲି ଜେଲ ରେ କଟିଛି ରାତି ।
ଟୁଙ୍ଗୁରୁଙ୍କ ଘର ଗଞ୍ଜାମ ହିଞ୍ଜିଳି । ସେ ତମାଣ୍ଡୋ ଥାନା କଳିଙ୍ଗନଗର କେ-୪ ଅଞ୍ଚଳରେ ରହୁଥିଲେ ।ପୋଲିସ ସୂଚନା ଅନୁଯାୟୀ, ତମାଣ୍ଡୋ କୁବେରସାହିରେ ଏକ ଆପାର୍ଟମେଣ୍ଟ୍ରେ କାମ କରୁଥିବା ରାଜମସ୍ତ୍ରୀ ସୁଧାକର ବେହେରା ସେଠାରେ ଏକ ଷ୍ଟୋର ରୁମ୍‌ରେ ରହୁଥିଲେ । ରବିବାର ମଧ୍ୟାହ୍ନରେ ସୁଧାକରଙ୍କ ଅନୁପସ୍ଥିତିରେ ଟୁଙ୍ଗୁରୁ ଏକ ଅଟୋରେ ଯାଇ ସେଠାରେ ପହଞ୍ଚିଥିଲେ । ସୁଧାକରଙ୍କ ରୁମ୍‌ରେ ପଶି ଗ୍ୟାସ୍ ସିଲିଣ୍ଡର, ଏକ ଡ୍ରିଲ ମେସିନ ଓ ଏକ ଡେକ୍ଚି ଚୋରି କରି ନେଇ ପଳାଇଥିଲେ ।
ସୁଧାକର ଫେରି ଚୋରି ସଂପର୍କରେ ଜାଣିବା ପରେ ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁକରି ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଟୁଙ୍ଗୁରୁଙ୍କୁ ଚିହ୍ନଟ କରିଥିଲା । ପୋଲିସ ଟୁଙ୍ଗୁରୁଙ୍କୁ ଗିରଫ କରିବା ସହ ଅଟୋ, ଗ୍ୟାସ୍ ସିଲିଣ୍ଡର, ଡ୍ରିଲ୍ ମେସିନ ଓ ସିଲ୍ଭର ଡେକ୍ଚି ଜବତ କରିଥିଲା । ତାଙ୍କ ନାମରେ ପୂର୍ବରୁ ଚନ୍ଦକା, ଭରତପୁର ଓ ତମାଣ୍ଡୋ ଥାନାରେ ମାମଲା ଥିବା ଜଣା ପଡ଼ିଛି । ଟୁଙ୍ଗୁରୁଙ୍କୁ ଗିରଫ ପରେ ଟୁଙ୍ଗୁରୁଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *