ମୁଖ୍ୟ ସମାଚାର
ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?ଭାଇରାଲ ହେବା ନିଶାରେ ବୃଦ୍ଧ ବାପାଙ୍କୁ ବସ୍ତାରେ ପୁରାଇଲା ପରିବାରଆରଆଇଙ୍କୁ ହେଲା ଆଖିବୁଜା ମାଡ଼, ଚେୟାରରୁ ବାହାରକୁ ଆଣିଲେ ଘୋଷାଡ଼ିଆଦିବାସୀ ଝିଅକୁ ଘରେ ପଶି ଦୁଷ୍କର୍ମ କରିଦେଲା ଯୁବକହଠାତ ମାଡି ଆସିଲା ଘୁର୍ନି ଝଡରୋଗୀଙ୍କୁ ସେବା ବଦଳରେ ମିଳିଲା ମାଡ଼ ଓ ଗାଳିSCBରେ ଭୟଙ୍କର ଅଗ୍ନିକାଣ୍ଡରିଲ୍ସ କରିବାର କିଛି ଘଣ୍ଟା ପରେ ଚାଲିଗଲା ୟୁଟ୍ୟୁବରଙ୍କ ଜୀବନଗାଁ ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ମୃତ୍ୟୁବିଶ୍ୱକପ୍ ଫାଇନାଲ ବେଳେଧାରୁଆ ଅସ୍ତ୍ରରେ ହାଣିଲେ !
ମୁଖ୍ୟ ସମାଚାର
ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ,ଶୁଭ ନା ଅଶୁଭ?ଭାଇରାଲ ହେବା ନିଶାରେ ବୃଦ୍ଧ ବାପାଙ୍କୁ ବସ୍ତାରେ ପୁରାଇଲା ପରିବାରଆରଆଇଙ୍କୁ ହେଲା ଆଖିବୁଜା ମାଡ଼, ଚେୟାରରୁ ବାହାରକୁ ଆଣିଲେ ଘୋଷାଡ଼ିଆଦିବାସୀ ଝିଅକୁ ଘରେ ପଶି ଦୁଷ୍କର୍ମ କରିଦେଲା ଯୁବକହଠାତ ମାଡି ଆସିଲା ଘୁର୍ନି ଝଡରୋଗୀଙ୍କୁ ସେବା ବଦଳରେ ମିଳିଲା ମାଡ଼ ଓ ଗାଳିSCBରେ ଭୟଙ୍କର ଅଗ୍ନିକାଣ୍ଡରିଲ୍ସ କରିବାର କିଛି ଘଣ୍ଟା ପରେ ଚାଲିଗଲା ୟୁଟ୍ୟୁବରଙ୍କ ଜୀବନଗାଁ ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ମୃତ୍ୟୁବିଶ୍ୱକପ୍ ଫାଇନାଲ ବେଳେଧାରୁଆ ଅସ୍ତ୍ରରେ ହାଣିଲେ !

ରକ୍ତରଞ୍ଜିତ ହେଲା ଭାଲେଣ୍ଟାଇନ ଡେ’ !

ପ୍ରେମିକାକୁ ମାରିଲା
ନିଜେ ବି ଗୁଳି ଖାଇ ମରିଗଲା !
ଗୋଲାପରେ ନୁହେଁ ରକ୍ତରେ ଭିଜିଲା ଭାଲେଣ୍ଟାଇନ ଡେ’। ପ୍ରଥମେ ପ୍ରେମିକାକୁ ମାରିଲା । ପରେ ନିଜକୁ ଗୁଳିକରି ଆତ୍ମହତ୍ୟା କଲା ।ମୃତ ପ୍ରେମୀଯୁଗଳ ହେଉଛନ୍ତି ନୋଏଡାର ୨୬ ବର୍ଷୀୟା ରେଖା ଓ ଦିଲ୍ଲୀ ତ୍ରିଲୋକପୁର ଅଂଚଳର ୩୨ ବର୍ଷୀୟ ସୁମିତ୍‌ । କାର୍‌ ଭିତରୁ ବନ୍ଦ ଥିବାରୁ ସୁମିତ ପ୍ରଥମେ ପ୍ରେମିକାକୁ ହତ୍ୟା କରିବା ପରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ଅନୁମାନ କରୁଛି ପୁଲିସ । ହେଲେ ସୁମିତଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି।ସୁମିତ ଓ ରେଖାଙ୍କ ମଧ୍ୟରେ ୧୫ ବର୍ଷ ଧରି ରହିଥିଲା ପ୍ରେମ ସମ୍ପର୍କ । ଉଭୟଙ୍କ ପରିବାର ଲୋକେ ମଧ୍ୟ ସେମାନଙ୍କର ସଂପର୍କ ବିଷୟରେ ଜାଣିଥିଲେ । ହେଲେ ହଠାତ ଏମିତି କଣ ହେଲା ଯେ, ଏମିତି କଠୋର ନିଷ୍ପତ୍ତି ନେଲେ ସୁମିତ? ମୃତ୍ୟୁ ପୂର୍ବରୁ ସୁମିତଙ୍କ ହ୍ୱାଟସଆପ ମେସେଜ୍‌ ଏହି ପ୍ରଶ୍ନର ଉତ୍ତର କିଛି ମାତ୍ରାରେ ଦେଇଛି।ଏଥିରେ ଲେଖା ହୋଇଛି ଯେ-‘ମୋ ଆତ୍ମହତ୍ୟା ପାଇଁ ରେଖା ଦାୟୀ। ମୁଁ ଓ ରେଖା ୧୫ ବର୍ଷ ହେଲା ପରସ୍ପରକୁ ଭଲ ପାଉଥିଲୁ ଓ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲୁ। ହେଲେ ଏବେ ରେଖା ମୋତେ ଛାଡି ଅନ୍ୟ ଜଣଙ୍କୁ ବାହା ହେବାକୁ ଯାଉଛି । ଏଥିପାଇଁ ମୁଁ ଆତ୍ମହତ୍ୟା କରୁଛି।’ସେପଟେ ସୁମିତ୍‌ଙ୍କ ପରିବାର ଲୋକେ କିନ୍ତୁ ପୁଅର ଆତ୍ମହତ୍ୟାକୁ ହତ୍ୟା ଅଭିଯୋଗ ବୋଲି ଦର୍ଶାଇଛନ୍ତି । ସୁମିତ୍‌ ଅନ୍ୟ ଜାତିର ହୋଇଥିବାରୁ ଝିଅ ଘରଲୋକେ ଦୁହିଁଙ୍କ ସଂପର୍କରେ ଖୁସି ନ ଥିଲେ ଏବଂ ଧମକଚମକ ଦେଉଥିଲେ ।ଘଟଣାର ଦିନକ ପୂର୍ବରୁ ଉଭୟ ସୁମିତ୍‌ ଓ ରେଖା ନିଖୋଜ ହୋଇଯାଇଥିଲେ। ଦିନକ ପରେ କାର୍‌ ଭିତରୁ ଦୁହିଁଙ୍କର ମୃତଦେହ ମିଳିଥିଲା । ତେଣୁ ଜାତିଭେଦକୁ କେନ୍ଦ୍ରକରି ଦୁହିଁଙ୍କ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାରେ ଅଧିକ ଛାନଭିନ୍‌ ଜାରି ରଖିଛି ।, ହ୍ୱାଟ୍ସଆପ୍‌ ମେସେଜ ଖୋଲିଦେଲା ଘଟଣା ପଛର ଅସଲ ରହସ୍ୟ। ଚାଟ ହେଡରେ ଲେଖାଥିଲା, ଆଉ ବଂଚିବାକୁ ଚାହୁଁନି। ମୋ ପ୍ରେମ ଆଉ କାହାର ହେଇଯିବି, ମୁଁ କେବେ ବି ଏଭଳି ହେବାକୁ ଦେବିନି। ନିଜେ ମରିବି ତା ଜୀବନ ବି ନେଇଯିବି। ମୋ ମୃତ୍ୟୁ ପାଇଁ ସେ ଝିଅ ଦାୟୀ।ମୃତ୍ୟୁ ପୂର୍ବରୁ ଏଇ କେଇ ପଦ କଥା ହ୍ୱାଟ୍ସଆପରେ ଲେଖି ପଠାଇଥିଲା ପାଗଳ ପ୍ରେମିକ। ଆଉ ତା’ ପରେ ଯାହା କାଣ୍ଡ ଭିଆଇଲା ତାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଭାଲେଣ୍ଟାଇନ ଡେ’ରେ ନୋଏଡାରେ ଘଟିଥିବା ଘଟଣାକୁ ନେଇ ଏବେ ଚାରିଆଡ଼େ ହଇଚଇ।ରାସ୍ତାକଡରେ ଠିଆ ହୋଇଥିବା ଏକ କାର୍‌ ଭିତରେ ହଠାତ୍‌ ଶୁଭିଥିଲା ଗୁଳି ଫୁଟିବାର ଶବ୍ଦ। କେହି କିଛି ବୁଝିପାରିଲେନି। ଏ ଶବ୍ଦ କେଉଁଠୁ ଆସିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଲେ। ଆଉ ପୁଲିସ ଆସି ଛାନଭିନ କରିବା ପରେ କାର ଭିତରେ ଦୁଇ ଜଣଙ୍କ ମୃତଦେହ ସହ ପାଖରେ ଗୋଟିଏ ପିସ୍ତଲକୁ ଜବତ କରିଥିଲା। ପ୍ରେମ ସପ୍ତାହ ସାରିଛି ହେଲେ ଏ ଘଟଣା ଉପରୁ ପରଦା ଉଠିନି ।

Leave a Reply

Your email address will not be published. Required fields are marked *