ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ
ମୁଖ୍ୟ ସମାଚାର
କଂଗ୍ରେସ ଦଳରୁ ଇସ୍ତଫା ଦେବେ ସୋଫିଆ ଫିର୍ଦ୍ଦୋସA new twist in the death case for an iPhoneରାସ୍ତା ମଝିରେ ଯୁବକ ଯୁବତୀ ଅଟକସାମ୍ନାକୁ ଆସିଲା ପୋଲିସ ସହ ଅଟୋ ବାଲାଙ୍କ ସେହି ଭିଡିଓଥାନାରେ ଗ୍ରାହକ ଓ ମାଲିକ ୧୪୦୦ ଟଙ୍କାର ଖୁଆଇଲେ ମାଛ ପତ୍ରପୋଡ଼ାବିରିୟାନି ଖୁଆଇବା ବାହାନାରେ ନାବାଳକକୁ ଅପହରଣସ୍ୱାମୀଙ୍କୁ ମାରି ବାଥରୁମ ଟାଇଲ ତଳେ ପୋତିଲା ସ୍ତ୍ରୀଭଦ୍ରକ ବାସୁଦେବପୁର ବ୍ରାହ୍ମଣଗାଁ ବୈକୁଣ୍ଠପୁରରେ ଆଜି ଇଦ୍-ଉଲ୍-ଆଜହାବହୁ ଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟାକାଣ୍ଡ ଘଟଣାବିଦ୍ୟୁତ ସ୍ପର୍ଶରେ ଆସି ଦାଦନ ଶ୍ରମିକଙ୍କ ମୃତ

ଭାଇରଲ ହେଉଛି ଉପଜିଲ୍ଲାପାଳଙ୍କ ଭିଡିଓ

ନିଜ ଅଫିସ ଭିତରେ ମହିଳାଙ୍କୁ ଠେଲିଠେଲି ବାହାର କରିଦେଲେ
ପରେ ମୁହଁ ଲୁଚାଇ ଭିତରକୁ ଚାଲିଗଲେ

ଇଏ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସ୍ଥିତ କାର୍ଯ୍ୟାଳୟ ରେ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳ | ଯିଏକି ଜଣେ ସାଧାରଣ ମହିଳାଙ୍କୁ nija କାର୍ଯ୍ୟାଳୟ ଭିତରୁ ବାହାର କରୁଥିବା ଜଣାପଡିଛି | ତେବେ ଅଫିସ ଭିତରେ ଏମିତି କଣ ଘଟିଥିଲା | କାହିଁକି ନିଜେ ଜଣେ ଉପ ଜିଲ୍ଲାପାଳ ହେଇ ଯେନ ମହିଳା ଏବଂ ତାଙ୍କ ପରିବାର ଲୋକଙ୍କୁ ବାହାର କରିବାକୁ ପଡିଲା ତାକୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ଲୋକ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି | ସୂଚନା ଅନୁସାରେ ରାଇରଙ୍ଗପୁର ସ୍ଥିତ କଚେରୀ କ୍ୟାଣ୍ଟିନ ନିର୍ମାଣ ହୋଇଥିବା ବେଳେ ବିଭିନ୍ନ ସମସ୍ୟା ପାଇଁ ତାହାର ଆରମ୍ଭ ହୋଇପାରୁ ନାହିଁ। ତେବେ ଉକ୍ତ କ୍ୟାଣ୍ଟିନ ପରିଚାଳନା ନିମନ୍ତେ ଏହି ମହିଳାଙ୍କ ସ୍ୱାମୀ ସନ୍ତୋଷ କୁମାର ସାହୁଙ୍କୁ କୁଆଡେ ଟେଣ୍ଡର ପ୍ରଦାନ କରାଯାଇଛି । ଏନେଇ ସେ ନିଜେ ୯,୭୦,୦୦୦ଟଙ୍କା ଖର୍ଚ୍ଚ କରିଥିଲେ, ତା ସହ ୩ବର୍ଷ ୬ମାସର ଏଗ୍ରିମେଣ୍ଟ ମଧ୍ୟ ହୋଇଥିବା କହିଛନ୍ତି ମହିଳା ଏବଂ ତାଙ୍କ ସ୍ୱାମୀ। କିନ୍ତୁ । କିଛି ଦିନ ପୂର୍ବରୁ ସାଂସଦ ନବ ଚରଣ ମାଝୀ କଚେରୀ କ୍ୟାଣ୍ଟିନ ଉଦଘାଟନ କରିଥିବା ବେଳେ ପୁନଶ୍ଚ ଓକିଲ ସଂଘର ପ୍ରତିବାଦ କରିବାରୁ ପୁଣି ବନ୍ଦ ହୋଇଯାଇଛି । ୬ମାସ ହେବ ତାଙ୍କୁ ଟେଣ୍ଡର ମିଳିଥିବା ସତ୍ତ୍ୱେ କ୍ୟାଣ୍ଟିନ ଆରମ୍ଭ କରି ନ ପାରିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ମହିଳା ଏବଂ ତାଙ୍କ ସ୍ୱାମୀ । ଯାହାକୁ ନେଇ କ୍ୟାଣ୍ଟିନ ଚାବି ମାଗିବା ପାଇଁ ସେ ଓ ତାଙ୍କ ସ୍ୱାମୀ, ପୁଅ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବଳଙ୍କ ପାଖକୁ ଯାଇଥିଲେ ଏବଂ ତାଙ୍କୁ କ୍ୟାଣ୍ଟିନ ଚାବି ପ୍ରଦାନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବଳଙ୍କୁ କହିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ପାଟିତୁଣ୍ଡ ହୋଇଥିଲା। ସନ୍ତୋଷ କୁମାର ସାହୁ ଙ୍କ ପୁଅ ମୋବାଇଲରେ ସେସମୟର ଭିଡ଼ିଓ ଉତ୍ତୋଳନ କରିବାରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବଳ ସମସ୍ତଙ୍କୁ ଚ୍ୟାମ୍ବର ରୁ ବାହାର କରି ଦେଇଥିଲେ। ଏମିତିକି କି ଜୋରରେ ପେଲି ବାହାର କରି କବାଟ ବନ୍ଦ କରିଦେବାରୁ ମହିଳାଙ୍କ ହାତରେ ଚାପି ମଧ୍ୟ ହୋଇ ଯାଇଥିଲା। ଏହାର ଭିଡ଼ିଓ ମୋବାଇଲରେ ଉତ୍ତୋଳନ ହୋଇଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଘଟଣା ନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଚାରୁ କୁମାର ବଳଙ୍କୁ ପଚାରିବାରୁ, ତାଙ୍କୁ ଦୁର୍ବ୍ୟବହାର କରିବା ସହ ମୋବାଇଲରେ ଭିଡ଼ିଓ ଉତ୍ତୋଳନ କରିବାରୁ ତାଙ୍କୁ ଚ୍ୟାମ୍ବରରୁ ବାହାର କରି ଦେଇଥିବାର ସେ କହିଛନ୍ତି। ତେବେ ଏନେଇ ସେ ପୋଲିସ ନିକଟରେ କୌଣସି ଅଭିଯୋଗ କରିନାହାନ୍ତି ବୋଲି କହିଛନ୍ତି। ତେବେ ଶ୍ରୀମତି ସାହୁ ଅତିରିକ୍ତ ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବା ନେଇ ରାଇରଙ୍ଗପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଦେଖିବାକୁ ବାକି ରହିଲା ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି |

Leave a Reply

Your email address will not be published. Required fields are marked *